ମୁଖ୍ୟ ଖବର

ମାଂସ ଖାଇବାକୁ ଡାକି ନେଇ ନାବାଳିକାକୁ ଝୁଣିଲା ଦେହଲୋଭୀ ରାକ୍ଷସ, ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ ଦଣ୍ଡାଦେଶ

By Angul TV Bureau

December 24, 2024

ଅନୁଗୁଳ: ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅନୁଗୁଳ ଏଡିଜେ ତଥା ସ୍ବତନ୍ତ୍ର ଜଜ୍‌(‌ପୋକ୍‌ସୋ) ସୌମ୍ୟା ଶୁଭଦର୍ଶିନୀ। ୧୭ ଜଣ ସାକ୍ଷ୍ୟ ଓ ଅନ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି। ଦୋଷୀ ଆଠମଲ୍ଲିକ ନୂଆସାହି ବ୍ଲକ୍‌ କଲୋନିର ପ୍ରଭାତ ରଣା ‌(୨୨)କୁ ଅଦାଲତ ୭ ବର୍ଷ ଜେଲ୍‌ ସହ ୬ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ସୂଚନା ମୁତାବକ, ୨୦୨୨ ମସିହା ସେପ୍ଟେମ୍ବର ମାସରେ ଅଭିଯୁକ୍ତ ପ୍ରଭାତ ଆଠମଲ୍ଲିକ ଥାନା ଅଞ୍ଚଳର ଜଣେ ୧୧ ବର୍ଷର ଝିଅକୁ ମାଂସ ଖାଇବାକୁ ଡାକି ଜଙ୍ଗଲିଆ ରାସ୍ତାକୁ ନେଇ ଯାଇଥିଲା। ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିଲା। ଏକଥା ବାହାରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ନାବାଳିକା ଜଣଙ୍କ ଏନେଇ ଘରେ ଜଣାଇବା ପରେ ଘର ଲୋକ ଆଠମଲ୍ଲିକ ଥାନାରେ ଏତଲା ଦେଇଥିଲେ। ପୋଲିସ ୨୨୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଆଜି ମାମଲାର ଶୁଣାଣି ହୋଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।