ମୁଖ୍ୟ ଖବର

ନାବାଳିକାକୁ ଜବରଦସ୍ତ ଦୁଷ୍କର୍ମ: ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ

By Angul TV Bureau

February 28, 2025

ଅନୁଗୁଳ: ଅନୁଗୁଳ ଅତିରିକ୍ତ ଦୌରାଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ଆଜି ଜଣେ ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଗତ ୩୧. ୧. ୨୦୨୧ ଦିନ ସକାଳେ ଏନଟିପିସି ଥାନା ଅନ୍ତର୍ଗତ କଳାହାଣ୍ଡି ହଟିଙ୍ଗର ଟୋଲକବେଡା ଗ୍ରାମର ରମେଶ ମାସ୍ରା ଉକ୍ତ ଅଞ୍ଚଳର ଜଣେ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏ ସମ୍ପର୍କରେ କାହାକୁ କିଛି କହିଲେ ଜୀବନରେ ମାରିଦେବାର ଧମକ ଦେଇ ପଳାଇଥିଲା। ନାବାଳିକାର ପରିବାର ଲୋକେ ଘରକୁ ଆସିବା ପରେ ଘଟଣା ବିଷୟରେ ଜାଣି ଏନ ଟି ପି ସି ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ଅଭିଯୋଗ ଆଧାରରେ ଦଫା ୩୭୬-ଏ ବି /୫୦୬,୬(୧)ପୋକସୋ ଆକ୍ଟରେ କେସ୍ କରି ଅଭିଯୁକ୍ତ ରମେଶ ମାସ୍ରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ ସୌମ୍ୟା ସୁଭଦର୍ଶିନୀ କେସର ଶୁଣାଣି କରି ୧୫ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ରମେଶ ମାସ୍ରାକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୪ମାସ ଜେଲ ଦଣ୍ଡ ଶୁଣାଣି କରିଛନ୍ତି।ସରକାର ଙ୍କ ପକ୍ଷରୁ ଏହି ମାମଲାକୁ ସ୍ପେଶାଲ ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।