ଅନୁଗୁଳ: ତାଳଚେର ମେଡିକାଲ୍ କଲେଜକୁ ସରକାର ଶୀଘ୍ର ପରିଚାଳନା କରିବା ଦାବିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଆସନ୍ତା ଜୁଲାଇ ୪ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରିବାକୁ ଯାଉଛି। ଏହି ବିକ୍ଷୋଭକୁ ସଫଳ କରିବା ପାଇଁ ଆଜି ତାଳଚେର ପ୍ରେସ୍ କ୍ଲବ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପସ୍ଥିତ ସଭ୍ୟମାନେ ଏ ଅବସରରେ ନିଜ ମତାମତ ପ୍ରଦାନ କରିଥିଲେ।
ଏହି ଅବରୋଧ ପାଇଁ ଆସନ୍ତା ୨୫ ରେ ସ୍ଥାନୀୟ ହାଟ ଓ ବିଭିନ୍ନ ମାର୍କେଟରେ ପ୍ରଚାରପତ୍ର ବଣ୍ଟନ କରାଯିବ। ଅର୍ଥନୈତିକ ଅବରୋଧକୁ ସଫଳ କରିବା ପାଇଁ ଆସନ୍ତା ୨୯ରେ ପ୍ରେସ୍ କ୍ଲବରେ ଏକ ବୈଠକ ହେବ ବୋଲି ସୂଚନା ଦିଆଯାଇଛି। ବୈଠକରେ କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପ୍ରେସ୍ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଚୈତନ୍ୟ ପ୍ରଧାନ, ସୁକାନ୍ତ ଦାସ, କୈଳାସ ସାହୁ, ଟୁନା ନାଏକ, ଅଭୟ ପାଣି, ପ୍ରହ୍ଲାଦ ଚନ୍ଦ୍ର ସାହୁ, ରଂଜିତ୍ ମହାପାତ୍ର, ପବିତ୍ର ନାଏକ, ପରମାନନ୍ଦ ସାହୁ, ବିନୋଦ ଲାଲ୍, ନିଲମ ଲାଲ୍, ବିଭୁତି ସାହୁ, ଶରତ ଦାସ, ବୃନ୍ଦାବନ ସାହୁ, ତିଳକଭୂଷଣ ନାଏକ, ପର୍ଶୁରାମ ସାମଲ, ଗଣେଶ୍ୱର ନାଏକ, ପ୍ରତାପ ପ୍ରଧାନ, ଅପର୍ତି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।