ମୁଖ୍ୟ ଖବର

୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

By Angul TV Bureau

September 28, 2026

ଅନୁଗୋଳ: ଅନୁଗୋଳ ବନଖଣ୍ଡ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ବନ୍ୟପ୍ରାଣୀ ସଚେତନତା ରାଲି ଆୟୋଜନ କରାଯାଇଥିଲା। ରାଲିରେ ଆରସିସିଏଫ ଅନୁଗୋଳ, ଡିଏଫଓ ଅନୁଗୋଳ, ଡିଏଫଓ ସାତକୋଶିଆ, ଡିଏସଓ ଅନୁଗୋଳଙ୍କ ସମେତ ଉତ୍କର୍ଷ ପରିବାର ସ୍ୱେଚ୍ଛାସେବୀ, ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଡିଏଭି ସ୍କୁଲର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ବନ୍ୟଜୀବ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଏଥିରେ ସମୁଦାୟର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଯୁବପିଢ଼ିଙ୍କୁ ପ୍ରକୃତି ଓ ଜୈବ ବିବିଧତା ସୁରକ୍ଷା ପାଇଁ ଦାୟିତ୍ୱବାନ ହେବାକୁ ଆହ୍ୱାନ ଦିଆଯାଇଥିଲା।