ମୁଖ୍ୟ ଖବର

ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ୭୩ ତମ ସମ୍ମିଳନୀ ଉଦଯାପିତ

By Biswaranjan Pattnaik

February 11, 2024

ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ଶାଖାର ୭୩ ତମ ସମ୍ମିଳନୀ ଉଦଘାଟିତ ହୋଇଯାଇଛି।ଦୁଇ ଦିନିଆ ଏହି ସମ୍ମିଳନୀକୁ ପ୍ରଦୀପ ଜଳି ଉଦଘାଟନ କରିଥିଲେ ଭାରତୀୟ ଚିକିତ୍ସକ ସଂଘର ଜାତୀୟ ସଭାପତି ଡ଼ା ଆର୍ ଭି ଅଶୋକନ.ଶ୍ରୀ ଅଶୋକନ ନିଜ ବକ୍ତବ୍ୟରେ ଭାରତରେ ଡାକ୍ତର ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା,ଚିକିତ୍ସା ବିଜ୍ଞାନରେ ହେଉଥିବା ବିଭିନ୍ନ ନୂଆ ପଦ୍ଧତିର ପ୍ରୟୋଗ ଓ ଏଥିରୁ ମିଳୁଥିବା ସୁଫଳ ଉପରେ ଆଲୋକପାତ କରିଥିଲେ।ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ରୂପେ ଜାତୀୟ ଉପସଭାପତି ଡ଼ା ସୁରେଶ ଗୁଟ୍ଟା,ଅନୁଗୁଳ ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି,ଆଇଏମଏ ରାଜ୍ୟ ସଭାପତି ଡ଼ା ପ୍ରଭାତ କୁମାର ପଣ୍ଡା,ରାଜ୍ୟ ସମ୍ପାଦକ ଡ଼ା ବିକେ ଦାସଙ୍କ ସମେତ ଡ଼ା ମୃତ୍ୟୁଞ୍ଜୟ ମହାପାତ୍ର,ଡ଼ା ବିଛନ୍ଦ ଚରଣ ପ୍ରଧାନ,ଡ଼ା ତରୁଣ କୁମାର ସାହୁ ଏବଂ ଡ଼ା ବିଶ୍ୱଜିତ ସାମଲ , ଡ଼ା ଶ୍ୟାମ ସୁନ୍ଦର ଖଣ୍ଡେଲୱାଲ୍ ଓ ଡ଼ା ରଜତ କୁମାର ରାୟ ଯୋଗ ଦେଇଥିଲେ। ସମ୍ମିଳନୀରେ ବିକିରଣ ଚିକିତ୍ସା ଦ୍ବାରା କର୍କଟ ନିରାକରଣ,ଆଣ୍ଠୁ ଅସ୍ତ୍ରୋପଚାର,ମେରୁଦଣ୍ଡ ଓ ମସ୍ତିଷ୍କ ରେ ଅସ୍ତ୍ରପଚାର,ଉପଶମ ଓ ଆରୋଗ୍ୟ,ଚିକିତ୍ସା ବିଜ୍ଞାନ ରେ ଅର୍ଟିଫିଶିଆଲ ଇଣ୍ଟେଲିଜେନସ ଆଦି ଉପରେ ଆଲୋଚନା ହୋଇଥିଲା।ରାଜ୍ୟରୁ ଦୁଇ ଶହରୁ ଅଧିକ ଡାକ୍ତର ଓ ପ୍ରଫେସର ମାନେ ସମ୍ମିଳନୀରେ ଯୋଗ ଦେଇଥିଲେ। ଡ଼ା ସୌମ୍ୟ କାନ୍ତ ବିଶୋଇ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଆଇଏମଏର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।