ଅନ୍ୟାନ୍ୟ

୭୪ ତମ ବନମହୋତ୍ସବ: ଅନ୍ନପୂର୍ଣ୍ଣା ପରିବାର ପକ୍ଷରୁ ବୃକ୍ଷରୋପଣ ଆୟୋଜିତ

By Angul TV Bureau

July 13, 2023

ଅନୁଗୁଳ: ୭୪ ତମ ବନ ମହୋତ୍ସବ ଅବସରରେ ତାଳଚେରର ଅଗ୍ରଣୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ପରିବାର’ ପକ୍ଷରୁ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ଯୁବରାଜ ଉଚ୍ଚ ବିଦ୍ୟାଳୟ, ଦେଉଳବେଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ହାଣ୍ଡିଧୂଆଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି। ଏ ଅବସରରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ବନ ବିଭାଗର ଦୁଇ କର୍ମଚାରୀଙ୍କ ସହ ହାଣ୍ଡିଧୂଆଁ ସ୍ଥାନୀୟ ସ୍କୁଲ ଏସ୍ .ଆଇ. ଦିଲ୍ଲୀପ ନାଏକଙ୍କ ଉପସ୍ଥିତିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏ ଅବସରରେ ଅତିଥିମାନେ କହିଥିଲେ, ବୃକ୍ଷ ହିଁ ଜୀବନ। ବିଭିନ୍ନ ସମୟରେ ବୃକ୍ଷକୁ ମନୁଷ୍ୟ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରି ଆସିଛି। ବୃକ୍ଷ ଠାରୁ ମନୁଷ୍ୟ ଅନେକ କିଛି ପାଇଥାଏ, ତେବେ ବର୍ତ୍ତମାନର ଯୁଗରେ ବୃକ୍ଷ ଲଗାଇବା ନିହାତି ଜରୁରୀ। ଏଥି ସହ ବୃକ୍ଷ ରୋପଣର ମହତ୍ଵ, ଗୁରୁତ୍ୱ, ଉପାଦେୟତା ବିଷୟରେ ପ୍ରାଞ୍ଜଳ ଭାବରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପରେ ବୃକ୍ଷ ଉପରେ ଏକ କୁଇଜ୍ ପ୍ରତିଯୋଗିତା କରାଯାଇ କୁନି ପିଲାଙ୍କୁ ଚକଲେଟ୍ ଏବଂ ପେନ୍ ପ୍ରଦାନ କରାଯାଇଥିଲା।