ଅନ୍ୟାନ୍ୟ

୭୫ତମ ଜିଲ୍ଲା ସ୍ତରୀୟ ସ୍ବାଧନତା ଦିବସ

By Angul TV Bureau

August 16, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧନତା ଦିବସ ରବିବାର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଗୁଳର ପବିତ୍ର ମାଟି ସଂଗ୍ରାମର ମାଟି। ବିଶିଷ୍ଟ ଜନନାୟକ ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ବରେ ସଂଗଠିତ ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ଗଡଜାତ ମିଶ୍ରଣରେ ଅନୁଗୁଳବାସୀଙ୍କ ସକ୍ରିୟ ସହଯୋଗ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ରାଜ୍ୟରେ ଏକ ସ୍ଥିର ଓ ଦୃଢ ସରକାର ପ୍ରଦାନ କରିଛନ୍ତି। ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ସିବିଏସଇ ଓ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପତଞ୍ଜଳି ଯୋଗ ସମିତି, ଅନୁଗୋଳ ଜିଲ୍ଲା ବିକାଶ ପରିଷଦ, ଅନୁଗୋଳ ପୌର ପାଳିକାର ପୂର୍ବତନ ନଗରପାଳ ସୁକାନ୍ତି ଦାସ ,ଲିଟିଲ ହାର୍ଟ ଟଡଲର୍ସ ଏକାଡେମୀ, ଟ୍ରକ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ଦ୍ବାରା ପୁରସ୍କୃତ କରାଯାଇଥିଲା। । ମହାମାରୀ କରୋନାରରେ ସାହସିକତାର ସହ କାର୍ଯ୍ୟକରିଥିବାରୁ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପୁଲିସ, ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧଶର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଯୋଗ ଦେଇଥିଲେ।