ମୁଖ୍ୟ ଖବର

୭୫ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

By Biswaranjan Pattnaik

January 27, 2024

ଅନୁଗୁଳ: ପିଟିସି ପରେଡ ଗ୍ରାଉଣ୍ଡରେ ଅନୁଗୁଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ସାଧାରଣତନ୍ତ୍ର ଦିବସର ଗୁରୁତ୍ବ ବର୍ଣ୍ଣନା କରିଥିଲେ। ଆଜକୁ ୭୫ ବର୍ଷ ତଳେ ସମ୍ବିଧାନ କିଭଳି ଲେଖାଯାଇଥିଲା ଏବଂ ଭାରତ କିଭଳି ଏକ ଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇପାରିଛି ତାହା ଶ୍ରୀ ପାତ୍ର ବର୍ଣ୍ଣନା କରିଥିଲେ। ଏ ଦେଶର ସମ୍ବିଧାନ ଗଠନ ଦିଗରେ ପଣ୍ଡିତ ନେହେରୁ,ଗାନ୍ଧୀ,ପଟେଲ ବି ଆର ଆମ୍ବେଦକରଙ୍କ ଗୁରୁ ଭିମିକରହିଚି।ସେହିଭଳି ଅନୁଗୁଳ ମାଳତୀ ଚୌଧୁରୀ ମଧ୍ୟ ସମ୍ବିଧାନ କମିଟିରେ ରହି ଅନେକ ଦାୟିତ୍ଵ ତୁଲାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ନବୀନ ସରକାରଙ୍କ ସମୟରେ ଭାଷା ସଂସ୍କୃତିକୁ କିଭଳି ଗୁରୁତ୍ବ ଦିଆଯାଇଛି,ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ପୁରୀ କିଭଳି ବିଶ୍ଵ ଇତିହାସରେ ସ୍ଥାନ ପାଇଚି ତାହା ଉଲ୍ଲେଖ କରିଥିଲେ। ରାଜ୍ୟକୁ ସମୃଦ୍ଧ କରିବା ପାଇଁ ନବୀନ ସରକାରର ପ୍ରତିବଦ୍ଧତା ଉପରେ ମଧ୍ୟ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ।

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାପରେ ଅତିଥି ମାର୍ଚ୍ଚ ପାଷ୍ଟ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏଥି ସହିତ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ଏବଂ ଜେଲରେ କଏଦୀଙ୍କୁ ମିଠା ବଣ୍ଟନ କରାଯାଇଥିଲା ଏହି ସମାରୋହରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସପି ସୁଧାଂଶୁ ଶେଖର ମିଶ୍ର ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ। ଅନେକ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ମଧ୍ୟ ସମାରୋହରେ ଉପସ୍ଥିତ ଥିଲେ।