ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ସ୍ଥିତ ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ଆଶ୍ରମରେ ଥିବା ବାଜି ରାଉତ ଛାତ୍ରବାସର ୭୭ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି।ସକାଳେ ଯୋଗ, ପ୍ରାର୍ଥନା ଓ ସାମୂହିକ ସଫେଇ କାର୍ଯ୍ୟ ପରେ ଆଶ୍ରମରେ ଥିବା ସମସ୍ତ ବରପୁତ୍ରମାନଙ୍କୁ ପୁଷ୍ପ ଅର୍ଘ୍ୟ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ବିଶିଷ୍ଟ ସ୍ତମ୍ଭକାର ତଥା ଗାନ୍ଧୀ କଥାକାର ପ୍ରହ୍ଲାଦ ସିଂ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ପରେ ଆଶ୍ରମର ଶାନ୍ତି ମନ୍ଦିରରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ବାଜି ରାଉତଙ୍କୁ ଓଡିଶା ଶିଶୁ ସ୍ୱାଭିମାନ ଓ ସାହସର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ସେହିପରି ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀଙ୍କ ଜୀବନର ବହୁ ଅନାଲୋଚିତ ବିଷୟରେ ଆଲୋକପାତ କରିଥିଲେ।
ସମ୍ମାନିତଅତିଥି ଡଃ ବିନୟ ନାଥ ଏହି ଆଶ୍ରମର ଦୀର୍ଘ ୭୬ ବର୍ଷର ଦୁଃଖ କଷ୍ଟମୟ ଯାତ୍ରା ଉପରେ ନିଜର ଅଭିବ୍ୟକ୍ତି ରଖିଥିଲେ। ଏ ଅବସରରେ ବିଶିଷ୍ଟ ଗବେଷିକା ତଥା ଲେଖିକା ଡ଼ଃ ବିଦ୍ୟୁତ ମହାନ୍ତିଙ୍କୁ ମାଳତୀ ଚୌଧୁରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଭାରେ ଇଂ ରବୀନ୍ଦ୍ର ନାଥ ସାହୁ, ମାଳତୀ ଦେବୀ, ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି, ଛାତ୍ରାବାସର ସମ୍ପାଦକ ଇଂ ଧନେଶ୍ୱର ସାହୁ, ସଂଗ୍ରାମୀ ଫୋରମର ସମ୍ପାଦକ ପ୍ରଶାନ୍ତ ଦାସ ଯୋଗ ଦେଇଥିଲେ।