ଅନ୍ୟାନ୍ୟ

ବଅଁରପାଳ କୋର୍ଟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

By Angul TV Bureau

July 11, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳସ୍ଥ ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ୭୭ତମ ବନ ମହୋତ୍ସବ ସପ୍ତାହ ସ୍ଥାନୀୟ ପାଞ୍ଚଗଡ଼ ବିଜୟ କୁମାର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବେଶ୍ ଉତ୍ସାହର ସହ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଚାରପତି ସାବିତ୍ରୀ ଦାସ ଏକ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ଅଦାଲତର ସମସ୍ତ ଆଇନଜୀବୀ, କୋର୍ଟ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ପଚାଶରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଫଳ ଓ ଔଷଧୀୟ ଚାରା ରୋପଣ କରିଥିଲେ। ସଭାରେ ବିଚାରପତି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବାରେ ବୃକ୍ଷର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ‘ମାଆଙ୍କ ପାଇଁ ଗଛଟିଏ’ ସ୍ଲୋଗାନ ଏବଂ ସବୁଜ ବିପ୍ଳବର ମହତ୍ତ୍ୱ ସମ୍ପର୍କରେ ସେ ଅବଗତ କରାଇଥିଲେ। ସମସ୍ତଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରକୃତି ସଂରକ୍ଷଣର ବାର୍ତ୍ତା ବାଣ୍ଟିଛି।