ଅନ୍ୟାନ୍ୟ

୭୮ ତମ ସ୍ୱାଧୀନତା ଦିବସ ପାଳିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର: ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ବାଣ୍ଟିଲା ଖାଦ୍ୟ ପୁଡ଼ିଆ

By Biswaranjan Pattnaik

August 16, 2024

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳିତ ହୋଇଛି। ଅନୁଗୁଳ ପ୍ଳାଣ୍ଟ ପରିସରରେ ଥିବା ଓ.ପି ଜିନ୍ଦଲ ସ୍କୁଲରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଜେଏସପି ଅନୁଗୁଳର ପ୍ଲାଣ୍ଟ ହେଡ୍ ପଙ୍କଜ ମଲହାନ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଆଖପାଖ ଅଞ୍ଚଳର ଲୋକ ଯୋଗ ଦେଇଥିଲେ ।

ବକ୍ତାମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜାତୀୟ ଏକତା ତଥା ଦେଶର ସୁରକ୍ଷା ପାଇଁ ଯେଉଁମାନେ ବଳିଦାନ ଦେଇଥିଲେ ସେମାନଙ୍କୁ ମନେ ପକାଇଥିଲେ। କମ୍ପାନୀ, ଭାରତୀୟଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଠନ ପାଇଁ ପ୍ରତିବଦ୍ଧ ରହିଛି। ତେଣୁ ସମାଜର ବଞ୍ଚିତ ତଥା ଅବହେଳିତ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେଇ ସର୍ବଦା ଆଗକୁ ବଢ଼ୁଛି।

ଜେଏସପି ଫାଉଣ୍ଡେସନ୍ ମଧ୍ୟ ୭୮ତମ ସ୍ୱାଧୀନତା ଦିବସକୁ ସ୍ଥାନୀୟ ଲୋକଙ୍କ ଗହଣରେ ବେଶ ନିଆରା ଢଙ୍ଗରେ ପାଳନ କରିଥିଲା। ଏ ଅବସରରେ ୧୧୧ଟି ସ୍କୁଲ, ୬୧ ଅଙ୍ଗନୱାଡି କେନ୍ଦ୍ର ସମେତ ଅନେକ ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ୬୦ ହଜାରରୁ ଅଧିକ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ, ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ।