କ୍ରୀଡ଼ା

୭ମ ନାଲକୋ ପ୍ରିମିୟର୍ ଲିଗ୍: ଅପରେସନ ବିଭାଗକୁ ହରାଇ ଟ୍ରଫି ହାତେଇଲା କାର୍ବନ ବିଭାଗ

By Angul TV Bureau

January 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ୍ ପରିସରରେ ଆଜି ୭ମ ନାଲକୋ ପ୍ରିମିୟର୍ ଲିଗ୍ ଉଦଯାପିତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନାଲକୋର ସମସ୍ତ ୟୁନିୟନର ସଦସ୍ୟ ଉପସ୍ଥିତ ଥିଲେ। ଡିସେମ୍ବର ୧୭ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ନାଲକୋ ସ୍ମେଲ୍ଟର କାରଖାନାର କାଷ୍ଟ ହାଉସ, କାର୍ବନ ବିଭାଗ, ସିପିପି ୱାରିୟର୍ସ. ଓ ସିପିପି ଅପରେସନ ବିଭାଗର ୪ଟି ଦଳ ଭାଗ ନେଇ ତିନୋଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିଥିଲେ। ଆଜି ଫାଇନାଲ ମ୍ୟାଚରେ କାର୍ବନ୍ ବିଭାଗ ବିଜେତା ହୋଇଥିଲା। ଅପରେସନ ବିଭାଗ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ୍ କରିଥିବା ବେଳେ କାର୍ବନ ବିଭାଗ ୯ ୱିକେଟ ୨୦ ଓଭରର ଶେଷ ବଲରେ ଚାମ୍ପିୟନ ହୋଇଥିଲା। ହିମାଂଶୁ ରଞ୍ଜନ ଧୀରଙ୍କୁ ମ୍ୟାନ ଅଫ ଦି ସିରିଜ୍ ଘୋଷିତ କରାଯାଇଛି। କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ଉପଭୋଗ କରିଥିଲେ।