ଅନୁଗୋଳ: ଜିଲ୍ଲା ପୋଲିସ ଟ୍ରେନିଂ କଲେଜ୍ ପଡ଼ିଆଠାରେ ୮୦ତମ ଜାତୀୟ ସ୍ଵାଧୀନତା ଦିବସ ମହାସମାରୋହ ଆଜି ଅନୁଷ୍ଠିତ ହୋଇଛି। ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ।
ଏହି ଜାତୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତାର ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ।
ସମାରୋହରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ହୋଇଥିବା ଛାତ୍ରଛାତ୍ରୀ ଏବଂ ମାର୍ଚ୍ଚପାଷ୍ଟରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଦଳଗୁଡ଼ିକୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଉତ୍ସବରେ ସ୍ଥାନୀୟ ଜନସାଧାରଣ ଓ ଯୁବକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।