ଅନ୍ୟାନ୍ୟ

ଶଙ୍କରାଚାର୍ଯ୍ୟଙ୍କ ୮୨ତମ ଜନ୍ମ ମହୋତ୍ସବ ପାଳିତ

By Swagatika Samantray

July 05, 2024

ଅନୁଗୁଳ: ଅନୁଗୁଳ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପକ୍ଷରୁ ଗୁରୁବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗଙ୍କ ୮୨ ତମ ପ୍ରାକଟ୍ଯ ଦିବସ ତଥା ଜନ୍ମ ମହୋତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଅଛି । ପୂର୍ବାହ୍ନରେ କାଶୀ ବିଶ୍ଵନାଥଙ୍କ ଠାରେ ଜଳାଭିଷେକ କରାଯାଇ ଗୁରୁଜୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଥିଲା। ପରେ ପରେ ଗୁରୁ ପୂଜନ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସପ୍ତବାର ହନୁମାନ ଚାଳିଶା ପାଠ କରାଯିବା ସହିତ ଗୁରୁଜୀଙ୍କ ଜୀବନଚର୍ଯ୍ଯା ଓ ମହିମା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଅନୁଯାୟୀ ପ୍ରତ୍ୟେକ ସତସଙ୍ଗୀ ଦିନକୁ ୧ ଘଣ୍ଟା ଓ ୧ ଟଙ୍କା ସମାଜର କଲ୍ୟାଣ ନିମନ୍ତେ ପ୍ରଦାନ କରିବା ଉଚିତ୍ । ଫଳରେ ଭଗବତ ପ୍ରେମ ଜାଗ୍ରତ ହେବା ସହିତ ସାମାଜିକ ଦାୟିତ୍ୱବୋଧ ଉଦ୍ରେକ ହୋଇଥାଏ ବୋଲି ସତସଙ୍ଗରେ ଆଲୋଚନା ହୋଇଥିଲା ।ପରେ ପରେ କଲେଜପଡା ବିଦ୍ୟାଳୟ ପରିସରରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା ।

ଏହି ଅବସରରେ ଆଦିତ୍ୟ ବାହିନୀର ସଭାପତି ଲଳିତ ମୋହନ ଦାଶଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବହୁ ଗୁରୁଭାଇ ଗୁରୁଭଉଣୀ ମଧ୍ୟ ଏହି କାର୍ଯ୍ୟକ୍ରରେ ଉପସ୍ଥିତି ଥିଲେ ।