ଘଟଣା ଓ ଦୁର୍ଘଟଣା

୮୫ ପେଟି ବିଦେଶୀ ମଦ ଜବତ

By Biswaranjan Pattnaik

June 13, 2021

ଅନୁଗୁଳ: ପୁଲିସ ନାକ ନିଶତଳେ ଚାଲିଥିଲା ବେଧଡ଼କ ଚୋରା ମଦ କାରବାର । ବର୍ଷ ବର୍ଷ ଧରି ଥାନାଠାରୁ ମାତ୍ର ୩ କିଲୋମିଟର ଦୂର ତେଜରାତି ଦୋକାନରେ ଶହ ଶହ ଲିଟର ବିଦେଶୀ ମଦ କାରବାର ଚାଲିଆସୁ ଥିଲା ବେଳେ ଶନିବାର ଧରାପଡ଼ିଛି । ବଅଁରପାଳ ଥାନା ପୁଲିସ ଶନିବାର ସକାଳେ ନୂଆଛତା ଛକରେ ଚଢ଼ଉ କରି ୮୫ ପେଟି ବିଦେଶୀ ମଦ ଜବତ କରିଛି । ଚୋରା ମଦ କାରବାର ଅଭିଯୋଗରେ ଗଣେଶ ସାହୁ (୨୮) ନାମକ ସ୍ଥାନୀୟ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ୨୩ଟି ବ୍ରାଣ୍ଡର ମୋଟ ୭୪୦ ଲିଟର ବିଦେଶୀ ମଦ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।ବଅଁରପାଳ ଥାନା ଇଲାକା ନୂଆହତା ଛକ ନିକଟରେ ପୂର୍ବରୁ ଏକ ମଦ କାଉଣ୍ଟର ଥିବା ବେଳେ ତା ଏବେ ବନ୍ଦ ହୋଇଯାଇଛି । ସେଇ କାଉଣ୍ଟର ପାଖରେ ଗଣେଶର ଏକ ଛୋଟ ତେଜରାତି ଦୋକାନ ରହିଥିଲା। ତେବରାତି ଦୋକାନ ବାହାନାରେ ସେ କିନ୍ତୁ ମଦ ଚୋରା କାରବାର କରି ଆସୁଥିଲା। ତା ନାମରେ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।