ଅନ୍ୟାନ୍ୟ

କେନ୍ଦ୍ରୀୟ ଚଷା ସମାଜର ୮ମ ବାର୍ଷିକ ସମ୍ମିଳନୀ, ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱ

By Angul TV Bureau

February 20, 2023

ତାଳଚେର: କେନ୍ଦ୍ରୀୟ ଚଷା ସମାଜ ତାଳଚେରର ୮ମ ବାର୍ଷିକ ସମ୍ମିଳନୀ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଛି। ସ୍ଥାୟୀ ସଭାପତି ମୁକୁନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏମ୍‌ସିଏଲ୍ ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ଦେହୁରୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଦୀପ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଉପେନ୍ଦ୍ର କୁମାର ପରିଡା, ଅନ୍ୟତମ ବିଶିଷ୍ଟ ଅତିଥି ଭାବେ କଣିହାଁ କଲେଜର ପୂର୍ବତନ ପ୍ରାଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅନ୍ୟତମ ଅତିଥି ଭାବେ ପବିତ୍ର ମୋହନ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବନୋଜ କୁମାର ପ୍ରଧାନ ଯୋଗଦେଇଥିଲେ।

ଏ ଅବସରରେ ତାଳଚେରର ବିକାଶ ଓ ଚାଷୀର ବିକାଶ ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ୫ ଅଞ୍ଚଳର ସଭାପତି/ସମ୍ପାଦକ ସମେତ ୫୦୦ ରୁ ଊର୍ଦ୍ଧ୍ୱ ଚଷା ସଭ୍ୟ ଯୋଗଦାନ କରିଥିଲେ। ପ୍ରଥମେ ସଭାପତିଙ୍କ ଦ୍ୱାରା ଚଷା ପତାକା ଉତ୍ତୋଳନ କରାଯାଇଥିଲା। ସଂପାଦକ ରାମଚନ୍ଦ୍ର ସ୍ୱାଇଁ ବିବରଣୀ ପାଠ କରିଥିବା ବେଳେ ସମାଜସେବୀ ଚିତ୍ତରଂଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି ଚୈତନ୍ୟ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ବିନୋଦ କୁମାର ଜେନା ଧନ୍ୟବାଦ ଦେଇଥିଲେ।