କ୍ରୀଡ଼ା

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗ୍ ମ୍ୟାଚ୍: ବ୍ଲୁ ଷ୍ଟାରକୁ ହରାଇ ଦ୍ଵିତୀୟ ସେମିରେ ମର୍ଣ୍ଣିଂଷ୍ଟାର

By Biswaranjan Pattnaik

November 21, 2024

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଛି। ଆଜି ବ୍ଲୁ ଷ୍ଟାର ଅନୁଗୁଳ ସହିତ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବର ମ୍ୟାଚ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ବ୍ଲୁ ଷ୍ଟାର ଅନୁଗୁଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ୧ ବଲରେ ସମସ୍ତ ଉଇକେଟ ହରାଇ ୯୮ ରନ୍ କରିଥିଲା। ମର୍ଣ୍ଣିଂଷ୍ଟାର ୯୮ ରନ୍ ପିଛା କରି ୭ ଓଭର ୨ ଟି ବଲରେ ମ୍ୟାଚ୍ ଜିତି ଦ୍ଵିତୀୟ ସେମି ଫାଇନାଲରେ ପ୍ରବେଶ କରିଛି। ଚିନ୍ମୟ ଧୂଆଁ ଧାର ବ୍ୟାଟିଂ କରି ୨୮ ଟି ବଲରେ ୧୧ଟି ଛକା ୩ଟି ଚାରି ମାରି ୮୫ ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହେଉଥିଲେ।

ମୁଖ୍ୟ ଅତିଥି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ା. ସୌମ୍ୟକାନ୍ତ ବିଷୋୟୀ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବିତରଣ କରିଥିଲେ। ଟ୍ରକ୍ ମାଲିକ ସଂଘର ଉପ ସଭାପତି ଅମରେଶ ସ୍ବାଇଁ ସମ୍ମାନିତ ଅତିଥି ରୂପେ ନୀଳମଣି ରାଉତ, ପ୍ରଶାନ୍ତ କୁମାର ସିହ୍ନା, ମର୍ଣ୍ଣିଂଷ୍ଟାରର ସଭାପତି ମାୟାଧର ମିଶ୍ର, ସମ୍ପାଦକ ରଞ୍ଜନକୁମାର ଧୀର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଜୟକୃଷ୍ଣ ରାଉତ ଓ ସଞ୍ଜିବ କୁମାର ପାତ୍ର ଖେଳ ପରିଚାଳନା କରିଥିଲେ। ଅଭୟ କୁମାର ପାଢ଼ୀ ଓ ରାମଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱରେ ଥିବା ବେଳେ ବିନୋଦ ସାମଲ କମେଣ୍ଟ୍ରି କରିଥିଲେ। ଆସନ୍ତାକାଲି ଶେଷ ଲିଗ୍ ମ୍ୟାଚ୍ ମ୍ୟାଜିକ ଇଲେଭେନ କଟକ ସହିତ ତେଜ୍ ୱାରିଅରସ ମୁଷାପାପୁଲି ସହିତ ଅନୁଷ୍ଠିତ ହେବ।