କ୍ରୀଡ଼ା

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏକାମ୍ରକ୍ଷେତ୍ର ଭୁବନେଶ୍ବରକୁ ୧୨ ରନରେ ହରାଇଲା ଚାର୍ଜ ଇଲେଭେନ କଟକ

By Angul TV Bureau

November 19, 2024

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଲିଗ୍ ମ୍ୟାଚ ଚାର୍ଜ ଇଲେଭେନ କଟକ ଓ ଏକାମ୍ରକ୍ଷେତ୍ର ଭୁବନେଶ୍ବର ମଧ୍ୟରେ ଆୟୋଜିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ୧୨ ରନରେ ଚାର୍ଜ ଇଲେଭେନ କଟକ ପରାସ୍ତ କରିଥିଲା। ପ୍ରଥମେ ଭୁବନେଶ୍ଵର ଟସ୍ ଜିତି କଟକକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କଟକ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୪୮ ରନ କରିଥିଲା। ଅଭିଷେକ ୧୯ ବଲରେ ୫୯ ରନ କରିଥିଲା। ଏହାର ଜବାବରେ ଭୁବନେଶ୍ୱର ନିର୍ଦ୍ଧାରିତ ୧୫ ଓଭରରେ ସାତ ୱିକେଟ ହରାଇ ୧୩୮ ରନ କରି ପାରିଥିଲା।

ଟୁର୍ଣ୍ଣାମେଣ୍ଟରେ ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ସାଗର ନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଭୂପେସ୍ ଚନ୍ଦ୍ର ପ୍ରଧାନ, ଡା ସୌମ୍ୟକାନ୍ତ ବିଷୋୟୀ, ଡା ବିଶ୍ବଜିତ ସାମଲ, ନୀଳମଣି ରାଉତ, ପ୍ରଶାନ୍ତ କୁମାର ସିହ୍ନା, ମର୍ଣ୍ଣିଂଷ୍ଟାରର ସମ୍ପାଦକ ରଞ୍ଜନକୁମାର ଧିର ସାମନ୍ତ ଉପସ୍ଥିତ ଥିଲେ। ଜୟକୃଷ୍ଣ ରାଉତ ଓ ଅନିଲ କୁମାର ଗଡ଼ନାୟକ ଖେଳକୁ ପରିଚାଳନା କରିଥିଲେ। ଅଭୟ କୁମାର ପାଢୀ ଓ ରାମଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱରେ ଥିବା ବେଳେ ବିନୋଦ ସାମଲ, ବେଦଗୋପାଳ ମାଣ୍ଡୋଠିଆ କମେଣ୍ଟ୍ରି କରିଥିଲେ।

ଆସନ୍ତାକାଲି ପ୍ରଥମ ସେମିଫାଇନାଲ ହିନ୍ଦୋଳ ବନାମ କଟକ ସହିତ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।