ମୁଖ୍ୟ ଖବର

ମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ସିଡିଏମ୍ଓଙ୍କୁ ଦାବି କଲେ ୯ ପଞ୍ଚାୟତବାସୀ

By Angul TV Bureau

November 01, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ନେଇ ସିଡିଏମଓଙ୍କୁ ଦାବି କରିଛନ୍ତି ପଞ୍ଚାୟତବାସୀ। ୯ ଟି ପଞ୍ଚାୟତର ଲୋକ ଆଜି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ଲାଗି ଦାବି ପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ବଅଁରପାଳ ବ୍ଲକର ତୁବେ, ସାନ୍ତରାପୁର, ବଡ଼ ହିଂସର, ଜରଡ଼ା, କଞ୍ଜରା ପଞ୍ଚାୟତବାସୀ ମରାତିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ରେ ଯେ କୌଣସି ଦୁର୍ଘଟଣା ଘଟିଲେ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥାନ୍ତି। କିନ୍ତୁ ଏବେ ସେଠାରେ ଡାକ୍ତର ନ ଥିବାରୁ ଲୋକଙ୍କୁ ବାଧ୍ୟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଫଳରେ ସ୍ଥାନୀୟ ଲୋକେ ଭାରି ହଇରାଣ ହେଉଛନ୍ତି। ଏବୁ ପଞ୍ଚାୟତବାସୀ ବାଧ୍ୟ ହୋଇ ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଆଜି ଡାକ୍ତର ନିଯୁକ୍ତି ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି। ସିଡିଏମ୍ଓ ମଧ୍ୟ ନିଯୁକ୍ତି ନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ନେଇଥିବା ଜଣାଯାଇଛି।