ମୁଖ୍ୟ ଖବର

ଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ନଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

By Biswaranjan Pattnaik

December 09, 2024

ଅନୁଗୁଳ: ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ନଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଗତ ଶନିବାର ଦିନ ଲୋକାର୍ପିତ କରାଯାଇଛି । ସାମୂହିକ ଭାବରେ ପ୍ରାୟ ୫୦ ଲକ୍ଷ ଖର୍ଚ୍ଚ ବ୍ୟୟ ହୋଇଥିବା ଏହି ପ୍ରକଳ୍ପଗୁଡିକ ସ୍ଥାନୀୟ ବିକାଶଧାରା ବୃଦ୍ଧି କରିବା ।

ମୋଟ ୯ଟି ପ୍ରକଳ୍ପ ମଧ୍ୟରୁ ୨ଟି ପ୍ରକଳ୍ପ ଶୁକ୍ରବାର ଦିନ ଲୋକାର୍ପିତ ହୋଇଥିବା ବେଳେ ଅନ୍ୟ ୭ଟି ପ୍ରକଳ୍ପ ଶନିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ସମସ୍ତ ପ୍ରକଳ୍ପ ମଧ୍ୟରେ ମନ୍ଦିର ଓ ବିଦ୍ୟାଳୟ ପ୍ରାଚୀର ନିର୍ମାଣ, ମନ୍ଦିର ମଣ୍ଡପ ନିର୍ମାଣ ଓ କମ୍ୟୁନିଟି ହଲ୍ ନବୀକରଣ କାର୍ଯ୍ୟ ସମ୍ପାଦନ କରାଯାଇଛି ।

ଗତ ଶନିବାର ଦିନ ମାଛକୁଟା ପଞ୍ଚାୟତର ମହାମୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଓ ମାଛକୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ନିର୍ମାଣ କାର୍ଯ୍ୟ ସମ୍ପାଦନର ଉଦ୍ଘାଟନ ସମାରୋହରେ ବ୍ଲକ୍ ଚେୟାରମ୍ୟାନ୍ ସୁମିତ୍ରା ସାହୁ, ଜିଏମଡିସି ବୈତରଣୀ ପଶ୍ଚିମ କୋଇଲା ଖଣି ପ୍ରକଳ୍ପ ମୁଖ୍ୟ ବ୍ରିଗେଡିୟର ମନୁ ମେହରୋତ୍ରା, ମାଛକୁଟା ପଞ୍ଚାୟତ ସରପଞ୍ଚ ମନୋଜ କୁମାର ସେଠୀ ଓ ସମିତି ସଭ୍ୟ ସୁମନ୍ତ ବେହେରା ଦ୍ବାରା ଲୋକାର୍ପିତ ହୋଇଥିଲା । ବିଏନବି ତରଫରୁ ପ୍ରକଳ୍ପ ପରିଚାଳକ ରୋମାଂଚଳ ଖମାରି, ସ୍ଥାନୀୟ ନେତୃବୃଦ ମଧ୍ୟରେ ପୋଡ଼ାପଡା ଗ୍ରାମ ସଭାପତି ଗୋପବନ୍ଧୁ ଗଡନାୟକ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

ଏଥି ସହିତ ଜିଏମଡିସି ଦ୍ବାରା ଛେଣ୍ଡିପଦା ପଞ୍ଚାୟତରେ ଛେଣ୍ଡିପଦା ଶିବ ମନ୍ଦିରର ପ୍ରାଚୀର ନିର୍ମାଣ, ପଥରମୁଣ୍ଡା କମ୍ୟୁନିଟି ହଲ୍ ନବୀକରଣ, କୁମ୍ଭାର ସାହି କମ୍ୟୁନିଟି ହଲ୍ ନବୀକରଣ ଓ ତୌଳିକ ସମାଜ ଗୃହର ନବୀକରଣ ଓ ମାଛକୁଟା ପଞ୍ଚାୟତର ପୋଡାପଡା କାଳୀ ମନ୍ଦିରର ପ୍ରାଚୀର ନିର୍ମାଣ କାର୍ଯ୍ୟର ମଧ୍ୟ ଲୋକାର୍ପିତ ହୋଇଥିଲା ।ସ୍ଥାନୀୟ ଜନସାଧାରଣ ପ୍ରକଳ୍ପ ଗୁଡ଼ିକୁ ସ୍ଵାଗତ କରିଛନ୍ତି।