ମୁଖ୍ୟ ଖବର

ଡକାୟତି ଯୋଜନା ପଣ୍ଡ, ୯ ଜଣଙ୍କୁ ବାନ୍ଧିଲା ଛେଣ୍ଡିପଦା ପୋଲିସ

By Sanjeeb Biswal

March 18, 2024

ଛେଣ୍ଡିପଦା: ଡକାୟତି ଯୋଜନା ପଣ୍ଡ। ୯ ଜଣଙ୍କୁ ବାନ୍ଧିଲା ପୋଲିସ। ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କଙ୍କୁରପାଳ ଗ୍ରାମ ନିକଟରେ ଡକାୟତ ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢ଼ଉ କରି ୯ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ୨ ଜଣ କଙ୍କୁରପାଳ ଗ୍ରାମର ହୋଇଥିବା ବେଳେ ଅନ୍ୟ ୭ ଜଣ ବିହାର ଅଞ୍ଚଳର ବୋଲି ପୋଲିସ ପ୍ରକାଶ କରିଛି। ଗିରଫ ଯୁବକ ମାନେ ହେଲେ ଛେଣ୍ଡିପଦା ଥାନା କଙ୍କୁରପାଳ ଗ୍ରାମର ବବୁନ କୁମାର ବେହେରା (୩୧), ପପୁନ କୁମାର ବେହେରା (୩୦) ଓ ଅନ୍ୟ ୭ ଜଣ ଯୁବକ ବିହାର ରାଜ୍ୟର ପରିଛନ ସାନି (୩୦), ଅମନ କୁମାର (୧୯), ବିଜୟ ଉଫ କରିଟେକ (୨୨),ଏମଡି ଅରବାଜ ଅଲ୍ଲୀ (୨୧)ରବୀନ୍ଦ୍ର କୁମାର (୩୪), ଦୀପକ କୁମାର (୨୦)ରାମଶଙ୍କର କୁମାର (୧୯)।

ପୋଲିସ ସୂଚନା ମୁତାବକ, ଛେଣ୍ତିପଦା ଥାନା ଏସଆଇ ପରମାନନ୍ଦ ନାୟକ ରାତିରେ ପାଟ୍ରୋଲିଂ କରୁଥିବା ବେଳେ କଙ୍କୁରପାଳ ଯାଇଥିବା ରାସ୍ତାରେ ଯାତାୟାତ କରୁଥିବା ଯାନବାହାନ ଗୁଡିକରୁ ୯ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଡକାୟତ ଯୋଜନା କରୁଥିବା ଖବର ପାଇଥିଲେ।ପୋଲିସ ସଦଳବେଳେ କଙ୍କୁରପାଳ ଗ୍ରାମ ନିକଟସ୍ଥ ପଡିଆରେ ଚଢ଼ଉ କରିଥିଲେ। ପୋଲିସ ୯ ଜଣ ଯୁବକଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ଖଣ୍ଡା, ତଲୱାର ଜବତ କରିଛି। ଛେଣ୍ଡିପଦା ଥାନା କେସ ନଂ ୧୩୧/୨୪ରେ ମାମଲା ରୁଜୁ କରି ସମସ୍ତ ୯ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।