ମୁଖ୍ୟ ଖବର

୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ

By Biswaranjan Pattnaik

April 04, 2024

ଅନୁଗୁଳ: ଆଜି ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ନିର୍ବାଚନ ପୂର୍ବରୁ ଦୁଇଟି କାରରୁ ନବେ କେଜି ଗଞ୍ଜେଇ ଜବତ କରାଯାଇଛି । ଅଧିକ୍ଷକ ମଧୁସ୍ମିତା ନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୋରା ଗଞ୍ଜେଇ ଧରିବା ପାଇଁ ଦୁଇଟି ଟିମ୍ ଗଠନ କରି ଜାଲ ବିଛାଇ ଥିଲେ। ସକାଳ ସାଢେ଼ ଆଠଟା ସମୟରେ ବଡକେରା ଠାରେ ପ୍ରଥମ ଟିମ୍ ଦୃତ ଗତିରେ ଆସୁଥିବା ଏକ କାରକୁ ଅଟକାଇ ଯାଞ୍ଚ କରିଥିଲେ। ଏହି କାର ନଂ ଓଆର୍ ୦୭ ଜେଡ୍ ୭୧୧୭ ରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗାଡିରେ ଥିବା ଦୁଇ ଜଣ ଯୁବକଙ୍କୁ ମାଡ଼ି ବସିଥିଲା। ଗିରଫ ଦୁଇ ଯୁବକ ହେଲେ ବୌଦ୍ଧ ଜିଲ୍ଲାର ସୁଶାନ୍ତ ମିଶ୍ର ଓ କଟକ ଜିଲ୍ଲାର ମାନସ ସାମଲ। ସେହିଭଳି ଦ୍ଵିତୀୟ ଟିମ୍ ପ୍ରାୟ ସାଢେ଼ ଏଗାର ଟା ସମୟରେ ହୁଲୁରୁସିଂହା ପୋଲ ନିକଟରେ ଅନ୍ୟ ଏକ କାରକୁ ଅଟକାଇ ୪୦ କେଜି ଗଞ୍ଜେଇ ଜବତ କରିଥିଲେ। କାର ନଂ ହେଲା ଓଡି ୦୨ ବିବି ୧୧୯୯। ଉକ୍ତ କାରରେ ଥିବା ତିନି ଜଣ ଆରୋହୀଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ରବୀନ୍ଦ୍ର ପ୍ରଧାନ,ଆଦିତ୍ୟ ଜେନା ଓ ମୁକ୍ତି ମୁକେଶ ମାଝୀ। ଏମାନଙ୍କ ଘର ଭଦ୍ରକ ଅଞ୍ଚଳରେ। ପ୍ରାଥମିକ ତଦନ୍ତରୁ ଗଞ୍ଜେଇ ବୌଦ୍ଧରୁ ବାଲେଶ୍ଵର ଯାଉଥିବା ଜଣା ପଡ଼ିଛି।ଜବତ ଗଞ୍ଜେଇର ବଜାର ମୁଲ୍ୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି।