ଅନ୍ୟାନ୍ୟ

ସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସ ପାଳନ

By Swagatika Samantray

November 24, 2024

ଅନୁଗୁଳ: ଅନୁଗୁଳ ହକିମପଡା ସ୍ଥିତ ସତ୍ୟସାଇ ସେବା ସମିତି ଠାରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସକୁ ମହାସମାରୋହରେ ପାଳିତ ହୋଇଯାଇଛି। ଏ ଅବସରରେ ଓଁ କାର ମ, ସୁପ୍ରଭାତ, ନଗର ସଂକୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା ପ୍ରଶାନ୍ତି ଧ୍ବଜା ଉତ୍ତୋଳନ ,ନାରାୟଣ ସେବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଧାର୍ମିକ ବାତାବରଣର କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଅନୁଗୋଳ ସତ୍ୟ ସାଇ ସେବା ସଙ୍ଘଠନର ସଭାପତି ଦୁର୍ଗା ପ୍ରସନ୍ନ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଧ୍ୟାତ୍ମିକ ଉପାଦେୟର ବାଖ୍ୟା କରିଥିଲେ।ସତ୍ୟ ସାଇ ସେବାସଙ୍ଘଠନ ସଦସ୍ୟ ମାନେ କଠୋର ଶୃଙ୍ଖଳାକୁ ଆପଣେଇବା ଉଚିତ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ଈଶ୍ୱର ସନ୍ଧ୍ୟାନୀ ମାନେ ଜୀବେଦୟା ଓ ମାନବ ସେବା ପାଇଁ ବ୍ରତୀ ହେବାକୁ ସତସଙ୍ଘରେ ଉଦବୋଧନ ଦେଇଥିଲେ।