ଅନ୍ୟାନ୍ୟ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

By Angul TV Bureau

June 21, 2023

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ନଗର ପରିସରରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏ ଅବସରରେ ପ୍ରାତଃରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ହୃଦୟେଶ୍ଵର ଝା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। କମ୍ପାନୀର ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀ ଯୋଗର ମହତ୍ଵ ଉପରେ ଆଲୋକପାତ କରିବା ସହ ଦୈନିକ ଯୋଗାଭ୍ୟାସ ଦ୍ଵାରା କିପରି ବହୁତ ଜେଏସପି କର୍ମଚାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇପାରିଛି ତାହା ଦର୍ଶାଇଥିଲେ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଯୋଗକୁ ଶରୀର ଓ ମନର ଏକ ଅପୂର୍ବ ସମନ୍ବୟ ବୋଲି ପ୍ରକାଶ କରିଥିଲେ। ଜେଏସପି ଫାଉଣ୍ଡେସନ ପକ୍ଷରୁ ମହିତଳା ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ ଠାରେ ଯୋଗ ଶିବିର ଆୟୋଜିତ ହୋଇଥିଲା। ଅଂଶଗ୍ରହଣକାରୀଙ୍କୁ ଯୋଗକୁ ଆପଣାଇବା ନିମନ୍ତେ ଅନୁପ୍ରେରିତ କରାଯାଇଥିଲା।