କ୍ରୀଡ଼ା

ନବମ ରଞ୍ଜିତ କୁମାର ସ୍ମାରକୀ କ୍ରୀଡା ଉତ୍ସବ ଉଦଯାପିତ

By Swagatika Samantray

November 29, 2024

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅଏଡା ଗ୍ରାମପଞ୍ଚାୟତ ପଇଁଞ୍ଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନିକେୟୀ ବିହାର, ଅଏଡା ପରିସରରେ ତିନି ଧରି ଚାଲିଥିବା ନବମ ରଞ୍ଜିତ କୁମାର ସ୍ମାରକୀ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।

ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ରାଉଳ, ମୁଖ୍ୟବକ୍ତା ଭାବେ ଆଠମଲ୍ଲିକ ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, ସନ୍ନମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ବବିତା କର୍ଣ୍ଣ, ପରିଚାଳନା କମିଟିର ସମ୍ପାଦକ ମାଧବ ଚନ୍ଦ୍ର ସାହୁ, କୋଷାଧକ୍ଷ ଦଶରଥ ପ୍ରଧାନ,ଜାମୁଡୋଲୀ ପଂଚାୟତ ସମିତି ସଭ୍ୟ ଅଖିଳ ପ୍ରଧାନ, ଲୁହାସିଙ୍ଗା ପଞ୍ଚାୟତ ସମିତି ସଭ୍ୟା ଅନିତା ଦେହୁରୀ, ଅଏଡା ପଞ୍ଚାୟତ ସମିତି ସଭ୍ୟା ମନୁ ବେହେରା ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହରମୋହନ ବାରିକ,ଡମଣୀ କର୍ମୀ, ନବୀନ ଦେହୁରୀ, ବେଲାରସେନ ଦେହୁରୀ ଉପସ୍ଥିତ ଥିଲେ।ତିନି ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ଦୌଡ଼ ପ୍ରତିଯୋଗିତା, ଜାଭେଲିନ ଥ୍ରୋ, ଡିସ୍କସ ଥ୍ରୋ, ଲମ୍ବ ଡିଆଁ,ଉଚ୍ଚ ଡିଆଁ, ଫୁଟବଲ, କ୍ରିକେଟ ଆଦି ଖେଳ ଅନୁଷ୍ଠିତ ହୋଇଥିଲା। କ୍ରୀଡାଅଧ୍ୟାପକ ପ୍ରଭୁ ରଞ୍ଜନ ପ୍ରଧାନ ଖେଳକୁ ପରିଚାଳନା କରିଥିଲେ।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତା କର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଛାତ୍ର ବିଭାଗର ଚମ୍ପିୟାନ ସମ୍ବିତ ରଣା, ଛାତ୍ରୀ ବିଭାଗରେ ମୋନା ଲିସା ସ୍ୱାଇଁ ଓ ପୁଷ୍ପାଞ୍ଜଳି ଅମାନ୍ତ ଯୁଗ୍ମ ଭାବରେ ଚମ୍ପିୟାନ ହୋଇଥିଲେ।