ଅନୁଗୁଳ: ଅନୁଗୁଳୁ ଜିଲ୍ଲା ଜରପଡା ଥାନା ତୁକୁଡ଼ା ପଞ୍ଚାୟତ ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁ ଘରଅଗଣା କୂଅରେ ପଡି ମୃତ୍ୟୁବରଣ କରିଛି।ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ବିଲରେ କାର୍ଯ୍ୟ ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ପୁଅ ସୁବ୍ରତ(୩) ଖେଳୁଥିବା ସମୟରେ ଘର ଅଗଣାରେ ଥିବା କୂଅରେ ଖସିପଡିବାରୁ ମୃତ୍ୟୁବରଣ କରିଥିଲେ। କିଛି ସମୟ ପରେ ପୁଅ ସୁବ୍ରତଙ୍କୁ ଖୋଜାଖୋଜି କରିବା ବେଳେ କୂଅରୁ ପୁଅର ମୃତଦେହ ମିଳିଥିଲା।