ମୁଖ୍ୟ ଖବର

ଗୋପୀନାଥପୁର ଆମ୍ବତୋଟାରୁ ଦରପୋଡ଼ା ମୃତଦେହ ଜବତ

By Angul TV Bureau

March 02, 2021

ଅନୁଗୁଳ: ନାଲକୋନଗର ଥାନା ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ମୃତଦେହ ପୁଲିସ୍ ଜବତ କରିଛି। ତାଙ୍କ ଘର ଆଠମଲ୍ଳିକ ଥାନା ଇଲାକାରେ, ସେ କିନ୍ତୁ ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୧୯ ତାରିଖଠାରୁ ସେ କେଉଁଆଡେ ପଳାଇ ଯାଇଥିବା ନେଇ ପରିବାର ଲୋକ ନାଲକୋ ରିପୋର୍ଟ୍ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ସନ୍ଦେହ ସୃଷ୍ଟି କରିଛି। ଏପରିକି ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଆଶଙ୍କା ପ୍ରକଟ କରିଛନ୍ତି।