ଘଟଣା ଓ ଦୁର୍ଘଟଣା

କୂଅରେ ଗଳି ପଡ଼ିଲା ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ, ଉଦ୍ଧାର କଲା ବନ ବିଭାଗ

By Sanjeeb Biswal

December 26, 2022

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ରେଞ୍ଜ କରୁଡ଼ା ଗ୍ରାମର ଆମ୍ବୁରି ସାହିର ଏକ କୂଅରୁ ଛେଣ୍ଡିପଦା ବନ ବିଭାଗ ଏକ ଭାଲୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଏକ ଭାଲୁ ଆମ୍ବୁରି ସାହିର ସୁକୁଟୁ ସାହୁ ଓ ଶ୍ରୀରାମ ସାହୁଙ୍କ ବାଡ଼ି ପଛରେ ଥିବା କୂଅର ଗଳି ପଡ଼ିଥିଲା। ଆଜି ସକାଳୁ ଜଣେ ମହିଳା କୂଅକୁ ପାଣି ପାଇଁ ଯାଇଥିବା ବେଳେ ଭାଲୁ ପଡ଼ିଥିବା ଜାଣିଥିଲେ।                ଖବର ପାଇ ଛେଣ୍ଡିପଦା ବନ ବିଭାଗ ଫରେଷ୍ଟର ପଦ୍ମଲୋଚନ ସାହୁ, ବେଣୁଧର ବେହେରା, ଗୀତାଞ୍ଜଳି ସାହୁ ଓ ସୁଜାତା ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ବିଭାଗ ଭାଲୁକୁ ଉଦ୍ଧାର କରିଥିଲେ। ପରେ ଭାଲୁ ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା।