ମୁଖ୍ୟ ଖବର

ବିଜେପି ନେତାଙ୍କ ନାମରେ ଅଭିଯୋଗପତ୍ର ଭାଇରାଲ୍

By Biswaranjan Pattnaik

December 07, 2023

ଅନୁଗୁଳ: ଏବେ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନ କମିଶନ ନୂତନ ଭୋଟର ପଞ୍ଜିକରଣ,ନାଁ ସଂଶୋଧନ ଆଦି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ। ବୁଥ ଲେବୁଲ ଅଧିକାରୀ ମାନେ ଏହି କାର୍ଯ୍ୟ ଚାଲୁ ରଖିଥିବାବେଳେ ଆଜି ଭୋଟର ଲିଷ୍ଟ ସଂଶୋଧନ କାର୍ଯ୍ୟରେ ଜାଲିଆତି ହେଉଥିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଏକ ଚିଠି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ତୁଙ୍ଗ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ହୁଲୁରୁଶିଂହା, ହେମସୁରପଡା,ମିଶ୍ର ପଡ଼ା, ବ୍ରାହ୍ମଣୀ ଦେଇପଡ଼ା,ଓମ୍ ଆପାର୍ଟମେଣ୍ଟ,ପ୍ରଫୁଲ୍ଲ ମିଶ୍ର ମାର୍କେଟ କମ୍ପ୍ଲେକ୍ସ ଆଦି ଅଞ୍ଚଳରେ ଭୋଟର ଲିଷ୍ଟ ପ୍ରସ୍ତୁତିରେ ବହୁ ଜାଲିଆତି ହୋଇଥିବା ନେଇ ନିର୍ବାଚନ କମିଶନ ପାଖରେ ଅଭିଯୋଗ କରିଥିବା ଚିଠିରେ ଦର୍ଶା ଯାଇଛି।

ତେବେ ଏଥିନେଇ ଏଟିଭି ପକ୍ଷରୁ ପ୍ରତାପ ପ୍ରଧାନଙ୍କୁ ଯୋଗା ଯୋଗା କରାଯିବାରୁ ଏଭଳି କୌଣସି ଚିଠି ସେ ଦେଇ ନାହାନ୍ତି ବୋଲି କହିଛନ୍ତି।ତେବେ କୌଣସି ସ୍ୱାର୍ଥନ୍ଵେଶ ଗୋଷ୍ଠୀ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରିଥାଇ ପାରନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।