ମୁଖ୍ୟ ଖବର

ମାରୁଢିପ ସଂରକ୍ଷିତ ଜଙ୍ଗଲରୁ ଗଳିତ ମୃତଦେହ ଠାବ, ୧୦ ଦିନ ତଳୁ ଜୀବନ ଯାଇଥିବା ସନ୍ଦେହ

By Angul TV Bureau

May 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମାରୁଢିପ ସଂରକ୍ଷିତ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ମାରୁଢିପ ସଂରକ୍ଷିତ ଜଙ୍ଗଲର ପଥର ଖୋଳ ନିକଟରେ ଏକ ଗଳିତ ମୃତଦେହ ପଡ଼ିଥିବା କିଛି ପତ୍ରତୋଳାଳି ଦେଖିଥିଲେ। ସେମାନେ ଗାଁରେ ଜଣାଇବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଠାବ କରିଥିଲେ। ଖବର ପାଇ ବାଗଡ଼ିଆ ଥାନା ପୁଲିସ ସାଇଣ୍ଟିଫିକ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କ ମୃତ୍ୟୁ ୧୦ ରୁ ୧୫ ଦିନ ମଧ୍ୟରେ ହୋଇଥିବା ପୁଲିସ ସନ୍ଦେହ କରିଛି। ତେବେ ଘଞ୍ଚ ଜଙ୍ଗଲ ଭିତରକୁ ଯୁବକ କିପରି ଆସିଲେ ଏବଂ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ତଦନ୍ତ କରୁଛି ପୁଲିସ।