Cyclone Idai heading towards Mozambique and Zimbabwe in 2019 - Elements of this image furnished by NASA

ମୁଖ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ

By Angul TV Bureau

May 22, 2024

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ୨୪ରେ ଅବପାତ ହେବ। ଏହା ବାତ୍ୟାର ରୂପ ନେବ କି ନ ନେବ ସେ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଆଗୁଆ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନେ ଘର ସଜାଡ଼ିବା ସହ ଡଙ୍ଗା ସବୁକୁ ଉପରକୁ ଉଠାଇଛନ୍ତି।

ସୂଚନା ମୁତାବକ, ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏହା ପୂର୍ବରୁ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।