ଘଟଣା ଓ ଦୁର୍ଘଟଣା

ଚିକିତ୍ସା ପାଇଁ ଆସିଥିବା ନାବାଳିକାକୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

By Angul TV Bureau

November 09, 2022

ତାଳଚେର: ତାଳଚେର ଅଞ୍ଚଳର ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଘରୋଇ କ୍ଲିନିକର ଡାକ୍ତରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ଉକ୍ତ ନାବାଳିକାର ଦେହ ଖରାପ ହେବାରୁ ତାଙ୍କ ମା’ ତାଙ୍କୁ ବାଘୁଆବୋଲ ଶିବ ମନ୍ଦିର ସମ୍ମୁଖରେ ଥିବା ଘରୋଇ କ୍ଲିନିକର ଡାକ୍ତର ପ୍ୟାରିମୋହନ ପ୍ରଧାନ ନିକଟକୁ ଚିକିତ୍ସା କରାଇବାକୁ ଆଣିଥିଲେ। କିନ୍ତୁ ଡାକ୍ତର ପ୍ରଧାନ ତାଙ୍କ ଚିକିତ୍ସା କରିବା ପରିବର୍ତ୍ତେ ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣାଓଟରା କରିଥିଲେ। ନାବାଳିକାଙ୍କ ମା’ ଏହାକୁ ପ୍ରତିବାଦ କରିବାରୁ ବଚସା ହୋଇଥିଲା। ପରେ ଡାକ୍ତର ନାବାଳିକାଙ୍କ ମା’କୁ ଗାଳିଗୁଲଜ କରିବା ସହ ଚାପୁଡ଼ା ମାରିଥିଲେ। ଏ ନେଇ ମହିଳା ଜଣକ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଡାକ୍ତରଙ୍କୁ ଅଟକ ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ପୋକସୋ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଡାକ୍ତରଙ୍କୁ  ବିଚାବିଭାଗୀୟ ହାଜତକୁ ପଠାଯାଇଛି।