ଘଟଣା ଓ ଦୁର୍ଘଟଣା

ଡ୍ରାଇଭରଙ୍କୁ ଚାପିଦେଲା ପାଉଁଶ ଟ୍ରକ୍

By Swagatika Samantray

March 14, 2021

ଅନୁଗୁଳ: କଣିହାଁ ଥାନା ଡେରେଙ୍ଗ ଜେଆଇଟିପିଏଲ ଫାଟକ ସମ୍ମୁଖରେ ଶନିବାର ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କୋଇଲା ଟ୍ରକ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ସେ ଜରିପାଲ ସାଇଜ କରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ପାଉଁଶ ଟ୍ରକ ଚାପି ଦେଇଥିଲା। ମୃତ ଟ୍ରକ ଚାଳକ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଦୁଃଖବନ୍ଧୁ ପାତ୍ର (୪୨) ବୋଲି ଜଣାପଡିଛି l ଦୁର୍ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ଡେରେଙ୍ଗ ଜେଆଇଟିପିଏଲ କମ୍ପାନୀ ଶକ୍ତିଦ୍ୱାର ଫାଟକରେ ଦୁଃଖବନ୍ଧୁ ପାଲ ଭାଙ୍ଗୁଥିବା ବେଳେ ଫାଟକ ଭିତରୁ ବାହାରୁଥିବା ଅଏକ ପାଉଁଶ ଟ୍ରକ ଧକ୍କା ଦେଇଥିଲା l ପୁଲିସ ଘଟଣାସ୍ଥଳରେ ପହଁଚି ଦୁଃଖବନ୍ଧୁଙ୍କ ଶବ ଜବତ କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ୍ ବୁଝାସୁଝା ଚଳାଇଛି।