ମୁଖ୍ୟ ଖବର

ବାରହା ଶିକାର ବେଳେ ଜଙ୍ଗଲରେ ସାଙ୍ଗ ଗୁଳିରେ ଗଲା ଆଉ ଜଣେ ସାଙ୍ଗର ଜୀବନ, ୨ ଗିରଫ

By Angul TV Bureau

December 14, 2022

ଅନୁଗୁଳ : ଜଙ୍ଗଲକୁ ବାରହା ଶିକାର ପାଇଁ ଯାଇଥିବା ବେଳେ ସାଥୀ ଶିକାରୀର ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ଖମାର ଥାନା ରୋହିଲା ରୁଗୁଡ଼ି ସାହିରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଖମାର ଥାନା ରୋହିଲା ରୁଗୁଡ଼ି ସାହି ନିକଟସ୍ଥ ଜଙ୍ଗଲକୁ ୭ -୮ ଜଣ ଶିକାରୀ ଚୋରା ବନ୍ଧୁକ ଧରି ବାରହା ଶିକାର ପାଇଁ ଯାଇଥିଲେ। ସେଠାରେ ଜଣେ ଶିକାରୀ ଗୁଳି ମାଡ଼ରେ ସହଯୋଗୀ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ରବି ପୂର୍ତ୍ତି (୨୫)। ଏହି ଘଟଣାରେ ୨ ଜଣ ସାଙ୍ଗକୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି। ଗିରଫ ଯୁବକ ଦ୍ବୟ ହେଲେ ଚୈତନ ବୋଇତା ଓ ବଳଭଦ୍ର ଜାମୁଦା। ଅନ୍ୟ ଅଭିଯୁକ୍ତ ବିଜୟ କାଣ୍ଡିଆନ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୋଲିସ ଦେଶୀ ବନ୍ଧୁକ ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।