ମୁଖ୍ୟ ଖବର

ତାଳଚେରର ଯୁବତୀଙ୍କ ହତ୍ୟା ପଛରେ ଅଟୋ ଚାଳକଙ୍କ ସଂପୃକ୍ତି ସନ୍ଦେହ: ଜିଲ୍ଲା ସାରା ଅଟୋ ଯାଞ୍ଚ ଆରମ୍ଭ, ଦସ୍ତାବିଜ ନଥିବା ଚାଳକଙ୍କଠୁ ୨ ଲକ୍ଷ ୭୪ ହଜାର ଟଙ୍କା ଜରିମାନା ଆଦାୟ

By Angul TV Bureau

May 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଷ୍ଟେସନରୁ ଗାଏବ ହୋଇଥିବା ଯୁବତୀଙ୍କୁ ହତ୍ୟା କରିବା ଘଟଣାରେ ପୁଲିସକୁ ନୂଆ ସୁରାକ ମିଳିଛି। ସମ୍ପୃକ୍ତ ଯୁବତୀଙ୍କ ହତ୍ୟା ପଛରେ ଅଟୋ ଚାଳକଙ୍କ ସଂପୃକ୍ତି ଜଣାପଡ଼ିବା ପରେ ପୁଲିସ ଜିଲ୍ଲା ସାରା ଅଟୋ ଯାଞ୍ଚକୁ କଡ଼ାକଡ଼ି କରିଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩ ଶହ ଅଟୋ ଯାଞ୍ଚ କରାଯାଇଛି। ଏହି ସମୟରେ ବହୁ ଅଟୋ ଉପଯୁକ୍ତ କାଗଜପତ୍ର ବିନା ଚଳାଚଳ କରୁଥିବା ଜଣାପଡ଼ିଛି। ଖିଲାପକାରୀ ଅଟୋ ଚାଳକଙ୍କ ପାଖରୁ ୨ ଲକ୍ଷ ୭୪ ହଜାର ଟଙ୍କା ଜରିମାନା କରାଯାଇଛି। ତେବେ ଏହି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଅନୁଗୁଳ ଏସ୍‌ପି ରାହୁଲ ଜୈନ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। କିନ୍ତୁ ଏବେ ଯାଏଁ ହତ୍ୟାରେ ସମ୍ପୃକ୍ତ ଅଟୋ ଚାଳକ ଧରାପଡ଼ିନଥିବା ଜଣାଯାଇଛି।