କ୍ରୀଡ଼ା

ଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

By Angul TV Bureau

December 17, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଶନିବାର ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ୧୫ ଓଭରର ଏହି ମ୍ୟାଚରେ ସାମ୍ବାଦିକ ଦଳକୁ ହରାଇ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଛି।

ସୂଚନା ଯେ, ଅନୁଗୁଳ କଦମ ପଡିଆ ଠାରେ ଅନୁଷ୍ଠିତ ଏହି ମ୍ୟାଚକୁ ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଉପଜିଲ୍ଲାପାଳ ବୈତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଓ ଜିଲା କ୍ରିକେଟ ଆସୋସିଏସନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉଦଘାଟନ କରିଥିଲେ। ସାମ୍ବାଦିକ ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

୧୫ ଓଭର ଖେଳି ଜିଲ୍ଲା ପ୍ରଶାସନ ଏକାଦଶ ୯ଟି ୱିକେଟ ହରାଇ ୧୦୯ ରନ ସଂଗ୍ରହ କରିଥିଲା। ପ୍ରତିପକ୍ଷ ସାମ୍ବାଦିକ ଦଳ ଦ୍ୱିତୀୟ ଇନିଂସରେ ଦଳ ସମସ୍ତ ୱିକେଟ ହରାଇ ୧୩ ଓଭରରେ ୬୮ ରନ କରି ଅଲଆଉଟ ହୋଇଥିଲା। ବିଜୟୀ ପ୍ରଶାସନ ଦଳକୁ ଉପଜିଲ୍ଲାପାଳ ବୈତୁରା ଦୀପ ପୁରସ୍କାର ପ୍ରଦାନ କରିଥିଲେ।