ମୁଖ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କୁମ୍ଭୀର ଆକ୍ରମଣରେ ମୃତ ସମୀର ନାଏକଙ୍କ ପରିବାରଙ୍କୁ ଭେଟିଲା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

By Angul TV Bureau

July 01, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପୁରୁଣାକୋଟ ଥାନା ଟିକରପଡା ସାତକୋଶିଆ ଗଣ୍ଡରେ ଶନିବାର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ସମୀରଙ୍କ ପରିବାରକୁ ଭେଟିଛନ୍ତି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଡିଏଫଓ ସରୋଜ ପଣ୍ଡା ପ୍ରମୁଖ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ଭେଟିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୬ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ତାଙ୍କ ପରିବାରର ଜଣଙ୍କୁ ଚୁକ୍ତିଭିତ୍ତିକ ଚାକିରି ସହ ତାଙ୍କ ଝିଅ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ମିଶ୍ର, ଅନନ୍ତ ବାସୁଦେବ ମହାନ୍ତି, ବିଦ୍ୟାଧର ଚିନାରା, ନିରାକାର ଖିଲାର, ଜନାର୍ଦ୍ଦନ ସାହୁ, ଝୁନୁଲତା ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ବେଦବ୍ୟାସ ପ୍ରଧାନ, ବିକାଶ ବେହେରା,ସମୀର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।