ଅନୁଗୁଳ: ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଅନୁଗୁଳ ଟାଉନ୍ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୂଚନା ଅନୁସାରେ, ବନ୍ତଳା ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ଗାଁର ଜଣେ ଯୁବକ ଅନୁଗୁଳ ବସଷ୍ଟାଣ୍ଡରେ ଅସଦାଚରଣ କରିଥିଲେ। ତାଙ୍କୁ ଟଣାଓଟରା କରିବା ସହ ଜୋର ଜବରଦସ୍ତ କରି ନେଇଯିବାକୁ ଚେଷ୍ଟା କରିଥିଲେ । ଏଥିନେଇ ନାବାଳିକାଙ୍କ ପକ୍ଷରୁ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩୦୮/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ମାମଲାରେ ମଙ୍ଗଳବାର ସୁଦାମ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।