ଘଟଣା ଓ ଦୁର୍ଘଟଣା

ଶୋଇଥିବା ବେଳେ କାମୁଡ଼ିଲା ସାପ, ହସ୍ପିଟାଲରେ ନାବାଳକର ମୃତ୍ୟୁ

By Sanjeeb Biswal

July 30, 2024

ଅନୁଗୁଳ: ସାପ କାମୁଡ଼ାରେ ନାବାଳକ ମୃତ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବୁଢାପାଳ ଗାଁର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ରାଜେଶ ପାତ୍ର (୧୩) ମାମୁଁ ଘରେ ରହି ପଢୁଥିଲେ। ସୋମବାର ରାତିରେ ସେ ଖଟରେ ଶୋଇଥିବା ବେଳେ ରାତିରେ କଣ କାମୁଡି ଦେଲା ବୋଲି ସେ ଆଈଙ୍କୁ କହିଥିଲେ। ପରିବାର ଲୋକ ଦେଖିଲା ବେଳକୁ ଗୋଟିଏ ନାଗ ସାପ ଘରୁ ଯାଉଥିଲା। ପରିବାର ଲୋକ ତୁରନ୍ତ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ଭୋରରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।