ଘଟଣା ଓ ଦୁର୍ଘଟଣା

ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By Angul TV Bureau

September 07, 2024

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହାଟ ପରିସରରୁ ଆଜି ସକାଳୁ ଏକ ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଭଦ୍ରକ ଜିଲ୍ଲାର କିଷାନ ଶବରଙ୍କ ପୁଅ ଅଜିତ ଶବର (୧୫)। ଅଜିତ ଏକ ଗାମୁଛାରେ ବର ଗଛ ଡାଳରେ ଝୁଲି ଥିବା ପରିବାର ଲୋକ ଦେଖି ଥିଲେ। ସେମାନେ ସଙ୍ଗେ ସଙ୍ଗେ ତାକୁ ଓହ୍ଲାଇଥିଲେ ମଧ୍ୟ ସେତେବେଳକୁ ଅଜିତର ଜୀବନ ଯାଇସାରିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କ କହିବାନୁଯାୟୀ, ଅଜିତଙ୍କ ପରିବାର ଲୋକବ୨ ମାସ ହେବ ଅନୁଗୁଳ ଆସି ବିଭିନ୍ନ ଜାଗାରେ ଖେଳ ଦେଖାଇ ପରିବାର ପ୍ରତିପୋଷଣ କରୁଥିଲେ। ଗତ କାଲି ରାତିରେ ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ। କିନ୍ତୁ ଆଜି ସକାଳୁ ଅଜିତଙ୍କୁ ବର ଗଛ ଡାଳରେ ଝୁଲି ଥିବା ପରିବାର ଲୋକ ଦେଖିଥିଲେ। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।