ମୁଖ୍ୟ ଖବର

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

By Angul TV Bureau

February 02, 2021

ଅନୁଗୁଳ: ସୋମବାର ରାତିରେ ଆଠମଲ୍ଲିକ ସହର ଉପକଣ୍ଠ ତଥା ଆଠମଲ୍ଲିକ- ବିନିକେୟୀ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଂକ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜାମୁଡୋଲି ଗ୍ରାମର ଚିତ୍ରସେନ ସାହୁ ବୋଲି ଜଣାଯାଇଛି। ସେ ବାହାରେ ରହୁଥିଲେ। ଗତକାଲି ବସରେ ଆସି ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ଜଣେ ସଂପର୍କୀୟଙ୍କ ଘରୁବାଇକ୍ ଧରି ଗାଁ କୁ ଫେରୁଥିଲେ। ରାତି ପ୍ରାୟ ୯ଟା ବେଳେ ନିର୍ମାଣାଧୀନ ରାସ୍ତାରେ ଥିବା ଖାଲରେ ପଡ଼ିଯାଇଥିଲେ। କଂକ୍ରିଟ ବାଡ଼ରେ ପିଟି ହୋଇ ମୁଣ୍ଡ ଦୁଇ ଫାଳ ହୋଇଯାଇଥିଲା। ଠିକାଦାରଙ୍କ ଚରମ ଅବହେଳାରୁ ଚିତ୍ରସେନଙ୍କ ଅକାଳ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ଉପଜିଲ୍ଲାପାଳ ଅଫିସ୍ ଆଗରେ ଶବରଖି ଧାରଣା ଦେଇଛନ୍ତି। ଅନ୍ୟ ପକ୍ଷରେ ଦୁର୍ଘଟଣା ଯୋଗୁଁ ଆଜି ମନ୍ତ୍ରୀଙ୍କ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବା ଜଣାପଡିଛି।