ଘଟଣା ଓ ଦୁର୍ଘଟଣା

ଜଳିଗଲା ଚଳନ୍ତା ଗାଡ଼ି, ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ

By Angul TV Bureau

September 07, 2025

ଅନୁଗୁଳ: ଜଳିଗଲା ଚଳନ୍ତା ଗାଡ଼ି। ସୌଭାଗ୍ୟବଶତଃ ବଞ୍ଚିଗଲେ ଚାଳକ। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ସିପିପି ପ୍ଲାଣ୍ଟକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ିଯାଇଛି।

ସୂଚନା ଅନୁସାରେ ଶନିବାର ଅପରାହ୍ନ ଚାରିଟା ବେଳକୁ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମର ଶିବାଜୀ ଗୋଚ୍ଛାୟତ ନାମକ ଜଣେ ଯୁବକ ନାଲକୋ ଅଞ୍ଚଳରୁ ଏକ ଘରୋଇ ଗ୍ୟାସ ଟାଙ୍କି ମୋଟରସାଇକେଲରେ ବାନ୍ଧି ନିଜ ଘରକୁ ନେଉଥିଲେ। ସିପିପି ରୋଡ ନିକଟରେ ହଠାତ୍ ତାଙ୍କ ମୋଟରସାଇକେଲରୁ ଧୂଆଁ ବାହାରୁଥିବା ଜାଣିବାକୁ ପାଇଥିଲେ। ନିଆଁ ଲାଗିବା ପୂର୍ବରୁ ସେ ବୁଦ୍ଧି ଖଟାଇ ଗାଡ଼ିରୁ ଗ୍ୟାସ ସିଲିଣ୍ଡରକୁ ଓହ୍ଲାଇ ଦୂରକୁ ନେଇ ଯାଇଥିଲେ । କିଛି ସମୟ ମଧ୍ୟରେ ଗାଡ଼ିଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା।ଖବର ପାଇ ନାଲକୋ ସିପିପି ପ୍ଲାଣ୍ଟ, ସିଆଇଏସଏଫର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତା ପରେ ଉକ୍ତ ରାସ୍ତା ଦେଇ ଗମନାଗମନ ସ୍ଵାଭାବିକ ହୋଇଥିଲା।