ଅନ୍ୟାନ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଚାଳନା ପାଇଁ କମିଟି ଗଠିତ, ୭ ଦିନ ଭିତରେ ସମାଧାନ ହେବ ସବୁ ସମସ୍ୟା

By Biswaranjan Pattnaik

May 08, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ କମିଟି ଗଠିତ ହୋଇଛି। ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଏଡ଼ିଏମଓ ମେଡିକାଲ, ଦୁଇ ମ୍ୟାନେଜର, ଦୁଇ ନର୍ସ, ଦୁଇ ଫାର୍ମାସିଷ୍ଟ,ଏନଏଚଏମ, ଡିପିଏମ, ଡ୍ୟାମ ଓ ଅନ୍ୟ ଅଧିକାରୀ ରହିଛନ୍ତି। ସପ୍ତାହର ପ୍ରତି ଗୁରୁବାର କମିଟିର ବୈଠକ ବସିବ ଓ ଆଲୋଚନା ପରେ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଏହି କମିଟି ନିଷ୍ପତ୍ତି ନେଇଛି। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ଏହି ହସ୍ପିଟାଲ ଅନେକ ସମୟରେ ବିଭିନ୍ନ ଦୁର୍ନୀତି ଏବଂ ବିବାଦ ପାଇଁ ଚର୍ଚ୍ଚାରେ ରହିଥାଏ। କେତେବେଳେ ମେଡିସିନ ଘୋଟଲା ତ ଆଉ କେବେ ବେଆଇନ ନିଯୁକ୍ତି, ବିପର୍ଯ୍ୟସ୍ତ ନିରାପତ୍ତା, ପରିମଳ ବ୍ୟବସ୍ଥା ଓ ପ୍ରସୂତୀଙ୍କ ଠାରୁ ଲାଞ୍ଚ ଆଦି ମାମଲାରେ ଛନ୍ଦି ହୋଇପଡ଼ିଥିବା ଅନୁଗୁଳ ମେଡିକାଲର ସବୁ ସମସ୍ୟାର ସମାଧାନ ପାଇଁ ଏହି କମିଟି ତିଆରି ହୋଇଛି।