ଘଟଣା ଓ ଦୁର୍ଘଟଣା

ବାଇକ ଧକ୍କାରେ ବୃଦ୍ଧ ମୃତ

By Biswaranjan Pattnaik

September 27, 2021

ଅନୁଗୁଳ: ସୋମବାର ସକାଳେ ପାଇକ ସାହି ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅଜିତ ସାହୁ ଏବଂ ବୃନ୍ଦାବନ ସାହୁ ଏକ ବାଇକ ଯୋଗେ ଭଗାମୁଣ୍ଡା ରୁ ଖଡରାମୁଣ୍ଡା ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ପିଟିହୋଇଯାଇଥିଲେ।ଏଥିରେ ପଞ୍ଚଷଠି ବର୍ଷ ବୟସ୍କ ବୃନ୍ଦାବନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ବୃନ୍ଦାବନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା,ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଆରୋହି ମାନେ ସାମାନ୍ୟ ଆହତ ହୋଇଛନ୍ତି।ଅନୁଗୁଳ ଡାକ୍ତରଖାନା ପକ୍ଷରୁ ସ୍ଥାନୀୟ ପୋଲିସକୁ ଏଥିନେଇ ସୂଚନା ଦିଆଯାଇଛି।