ଘଟଣା ଓ ଦୁର୍ଘଟଣା

ଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ

By Angul TV Bureau

December 13, 2022

ଅନୁଗୁଳ: ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି ଏସଡ଼ିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର।

ଅଭିଯୋଗ ମୁତାବକ, ଗତ ୪ ତାରିଖରେ ଉଷାମଣି ନାଏକ ନାମକ ମହିଳା କୋଲିୟରୀ ଥାନାରେ କୁଞ୍ଜବିହାରୀ ବେହେରା ଓ ମନୋଜ ନାଏକଙ୍କ ନାଁରେ ଏତଲା ଦେଇଥିଲେ। ସେ ଥାନାରୁ ସନ୍ଧ୍ୟାରେ ଫେରିବା ବେଳେ ଉଭୟେ ତାଙ୍କୁ ଅଟକାଇ ଗାଳିଗୁଲଜ କରି ଠେଲି ତଳେ ପକାଇ ଦେଇଥିଲେ। ଫଳରେ ଉଷାଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ବର୍ତ୍ତମାନ ସେ ଏକ ଘରୋଇ ହସପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏନେଇ ତାଙ୍କ ପୁଅ ସନ୍ତୋଷ କୁମାର ନାଏକ ତାଳଚେର ଉପଖଣ୍ଡ ଅଧୀକ୍ଷକଙ୍କୁ ଏନେଇ ପୁଣି ଲିଖିତ ଅଭିଯୋଗ କରିଛନ୍ତି।

ତେଣୁ ପୋଲିସ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମହିଳା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ସନ୍ତୋଷ କୁମାର ନାଏକ ଅନୁରୋଧ କରିଛନ୍ତି।