ମୁଖ୍ୟ ଖବର

ବିଜୟୀ ଛାତ୍ରଛାତ୍ରୀ ମାନେ ସାଇବର ଆମ୍ବାସଡର: ରାହୁଲ ଜୈନ,ଏସପି

By Biswaranjan Pattnaik

November 01, 2025

ଅନୁଗୁଳ: ସାଇବର ଅପରାଧ ଦିନକୁ ଦିନ ବଢି ଚାଲିଥିବା ବେଳେ ଅନୁଗୁଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।ଆଜି ଏହି ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତି ଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୨୪ ଟି ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲା ବେଳେ ଲିଖିତ ପରୀକ୍ଷାରେ ୪ ଟି ସ୍କୁଲ ମୌଖିକ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ।

ଫାଇନାଲରେ ତାଳଚେର ହାଇଅର ସେକେଣ୍ଡାରୀ ସ୍କୁଲ, ଡିଏଭି ଏନଟିପିସି, ଆଦର୍ଶ ବିଦ୍ୟାଳୟ ପାଲଲହଡ଼ା ଏବଂ ଡିଏଭି ଗାନ୍ଧୀ ମାର୍ଗ, ଅନୁଗୁଳ ମଧ୍ୟରେ କଡା ଟକ୍କର ଅନୁଷ୍ଠିତ ହୋଇଥିଲା।ତାଳଚେର ସ୍କୁଲ ୮୦ ନମ୍ୱର ସ୍କୋର କରିଥିବା ବେଳେ ଅନ୍ୟ ତିନି ସ୍କୁଲ ସମାନ ୧୦୦ ନମ୍ୱର ରଖି ଥିଲେ।

ଅନୁଗୁଳ ଏସପି ରାହୁଲ ଜୈନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଜୟୀ ପିଲାମାନେ ସାଇବର ସୁରକ୍ଷା ନେଇ ପରିବାର ସଦସ୍ୟ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।ଭୁବନେଶ୍ୱରର ସୀମାନ୍ତ ମହାନ୍ତି ଏହି କୁଇଜ୍ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା,ବରିଷ୍ଠ ଅଧିକାରୀ ଯାଜ୍ଞସେନି ବେହେରା,ଉପାସନା ପାଢ଼ୀ ପ୍ରମୁଖ କୁଇଜ୍ ପରିଚାଳନାରେ ସହାୟତା କରିଥିଲେ। ଅନୁଗୁଳ ସାଇବର ସେଲର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।