ଅନୁଗୁଳ: ସୁସୁଡା ମାନବ ସେବା ଚ୍ୟାରିଟେବୁଲ ଆଶ୍ରମ ପରିସରରେ ଶନିବାର ସକାଳେ ଏକ ବହୁରୂପୀ ଏଣ୍ଡୁଅ ବା କେମିଲିଅନ ଦେଖିଥିଲେ ପରିଚାଳକ ଚିନ୍ମୟୀ ଦାସ।
ଏଣ୍ଡୁଅଟି ଗ୍ରୀନ ସ୍ପଟେଡ଼ ବହୁରୂପୀ ଏଣ୍ଡୁଅ ବୋଲି କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ଏଣ୍ଡୁଅ ଏବେ ବିଲୁପ୍ତ ପ୍ରାୟ। ଚିନ୍ମୟୀ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଡାକି ଏହି ଏଣ୍ଡୁଅକୁ ହସ୍ତାନ୍ତର କରିଚନ୍ତି।