ମୁଖ୍ୟ ଖବର

ଫଳକ ରାଜନୀତି ! ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର

By Angul TV Bureau

November 02, 2022

ଆଠମଲ୍ଲିକ : ଦୁଇ ଦୁଇ ଥର ଉଦଘାଟନ ହେଲା ଗୋଟିଏ କୋଠ ଘର। ପ୍ରଥମେ ଏନଏସି ଅଧ୍ୟକ୍ଷା ଆସି ଥରେ ଫିତା କାଟିଲେ ଆଉ ଆଜି ୨ ମାସ ପରେ ପୁଣିଥରେ ବିଧାୟକ ନୂଆ ଫଳକ ଲଗାଇ କୋଠ ଘରକୁ ଉଦଘାଟନ କରିଛନ୍ତି।

ସୂଚନା ମୁତାବକ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ୫ ନମ୍ବର ୱାର୍ଡରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୩ ଲକ୍ଷ ଅର୍ଥ ବ୍ୟୟ କରାଯାଇ ଏକ କୋଠଘର ଏନଏସି ପକ୍ଷରୁ ନିର୍ମାଣ କରାଯାଇଛି। ଏହି କୋଠ ଘରକୁ ଗତ ସେପ୍ଟେମ୍ବର ୨ରେ ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ।

କିନ୍ତୁ ଉଦଘାଟିତ ହୋଇସାରିଥିବା ଏହି କୋଠ ଘରକୁ ବୁଧବାର ପୁଣି ବିଧାୟକ ରମେଶ ଚନ୍ଦ୍ର ସାଏ ଉଦଘାଟନ କରିଛନ୍ତି। ଆଠମଲ୍ଲିକ ଏନଏସି ଅଞ୍ଚଳକୁ ଜନସମ୍ପର୍କ ପଦଯାତ୍ରାକୁ ଆସି ନଗର ପରିକ୍ରମା କରୁଥିବା ବେଳେ ବିଧାୟକ ଶ୍ରୀ ସାଏ ବ୍ଲକ ଅଧ୍ୟକ୍ଷଙ୍କୁ ନେଇ ନୂଆ ଫଳକ ଲଗାଇ ଦ୍ୱିତୀୟ ଥର ପାଇଁ କୋଠ ଘରକୁ ଉଦଘାଟନ କରିଛନ୍ତି।

ଗୋଟିଏ ଘରକୁ ଦ୍ଵିତୀୟ ଥର ଉଦଘାଟନ କରି ବିଧାୟକ ଫଳକ ରାଜନୀତି କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏ ନେଇ କାହା ପ୍ରତିକ୍ରିୟା ମିଳିପାରିନାହିଁ।