Oplus_16908288

ଘଟଣା ଓ ଦୁର୍ଘଟଣା

ସ୍କୁଟରରୁ ବାହାରିଲା ଚିତି ସାପ, ସ୍ନେକ ହେଲ୍ପ ଲାଇନ୍ ଦ୍ୱାରା ଉଦ୍ଧାର

By Angul TV Bureau

July 01, 2026

ଅନୁଗୋଳ: ହେମସୁରପଡାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ହେମସୁରପଡା ନିବାସୀ ବିନୋଦ ସାମଲଙ୍କ ପୁଅ ସ୍କୁଟର ଧରି ଘରୁ ବାହାରି ଯିବା ସମୟରେ ହଠାତ୍ ଗାଡିରୁ ଏକ ଚିତି ସାପ ବାହାରି ଆସିଥିଲା। ସାପ ଦେଖି ଆରୋହୀ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ଗାଡିକୁ ଅଟକାଇ ଦେଇଥିଲେ। କୌଣସି ଅଘଟଣ ନ ଘଟାଇ ସେ ସଙ୍ଗେ ସଙ୍ଗେ ସର୍ପମିତ୍ରଙ୍କୁ ଖବର ଦେଇଥିଲେ।

ଖବର ପାଇ ସର୍ପ ମିତ୍ର ଘଟଣାସ୍ଥଳରେ ପହଞ୍ଚି ଚିତି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇ ଯାଇଥିଲେ। ଆରୋହୀଙ୍କ ସଚେତନତା ଯୋଗୁଁ ଏକ ବଡ ବିପଦ ଟଳି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।