ଅନ୍ୟାନ୍ୟ

ବିଭିନ୍ନ ଦୋକାନ, ପେଟ୍ରୋଲ ପମ୍ପରେ ଅତର୍କିତ ଚଢ଼ଉ କଲା ପ୍ରଶାସନର ସ୍ୱତନ୍ତ୍ର ଟିମ୍; ଆଦାୟ ହେଲା ମୋଟା ଅଙ୍କର ଫାଇନ୍

By Angul TV Bureau

September 09, 2022

ଅନୁଗୁଳ : ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଦେହ ଘେରରେ ଥିବା ଜିଲ୍ଲାର ବିଭିନ୍ନ ଦୋକାନରେ ଚଢ଼ଉ କରାଯାଇଛି। ଏ ଅବସରରେ ବାସି ଓ ଖରାପ ଖାଦ୍ୟ ପରଷୁଥିବା ହୋଟେଲ, ପେଟ୍ରୋଲ ପମ୍ପ, ମଦ ଦୋକାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା।

ଏଥିରେ ଖାଦ୍ୟ ସୁରକ୍ଷା ବିଭାଗ, ବଅଁରପାଳ ତହସିଲଦାର, ତାମଡା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଅବକାରୀ ବିଭାଗ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିଥିଲେ। ଏହି ଟିମ୍ ମିଳିତ ଭାବେ ଆଜି ନାଲକୋରେ ଥିବା ପେଟ୍ରୋଲ ପମ୍ପ, ବିଭିନ୍ନ ଖାଦ୍ୟପେୟ ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ହୋଟେଲରୁ ଖାଦ୍ୟକୁ ଫିଙ୍ଗାଯାଇ ଫାଇନ ଆଦାୟ କରାଯାଇଥିଲା,। ଏ ଅବସରରେ କାଲଟାକ୍ସ ଛକ ଠାରେ ଥିବା ବିଦେଶୀ ମଦ ଦୋକାନକୁ ମଧ୍ୟ ପ୍ରଶାସନ ପକ୍ଷରୁ ଫାଇନ କରାଯାଇଛି।